Sunday, 21 December 2014
Friday, 12 December 2014
Sunday, 12 October 2014
ABOUT SCHOLARSHIP
12/10/2014
SUNDAY
I got my scholarship from odisha Govt. which amount was Rs.27138 and I was very happy that time but I was also sad because Hud Hud had affected to Gajapati(Odisha) . Ganesh bhai called me, who was in gajapati districs . he told me that he was hungry from morning because of Hud Hud.
SUNDAY
I got my scholarship from odisha Govt. which amount was Rs.27138 and I was very happy that time but I was also sad because Hud Hud had affected to Gajapati(Odisha) . Ganesh bhai called me, who was in gajapati districs . he told me that he was hungry from morning because of Hud Hud.
Wednesday, 24 September 2014
RANJAN MARRIAGE
ରଞ୍ଜନ
ବାହାଘର
24/9/2014
ବୁଧବାର
ଗୋବିନ୍ଦପୁର ଗାଁର ମୋ ସାଙ୍ଗ
ରଞ୍ଜନ ଗୋଛାୟତ(RANJAN
GOCHHAYAT,GOBINDAPUR)ର ବାହାଘର ।।
ସେ ତାଙ୍କ ଗାଁ ପାଖା ପାଖି
ଗୋଟିଏ ଝିଅ(ସସ୍ମିତା ) କୁ ଭଲ ପାଉଥିଲା ।। ସେ ମୋତେ ଆଜି ସକଳା ଫୋନ୍ କରି କହିଲା ଯେ ଆଜି ତାର
ବାହାଘର ।। ଏହା ଶୁଣି ମୋତେ ଭାରି ଖୁସି ଲାଗିଲା ।।
ମୁଁ
ଭଗବାନ ଙ୍କୁ ପ୍ରାର୍ଥନା କରୁଛି ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ।।
Tuesday, 23 September 2014
NIJA AAKHI BI DHAKAA DIE
ନିଜ ଆଖି ବି ଧକ୍କା ଦିଏ
ତାରିଖ 27.9.2014
ସୋମବାର
ନିଜ ଆଖି ବି ଧକ୍କା ଦିଏ ନ କହିଲେ ବିଶ୍ୱାସ ହେବ ନାହିଁ । ସେଦିନ
ଥିଲା ସୋମବାର, ମୁଁ ସକାଳ 9ଟା ବେଳେ ବିଛଣାରୁ ଉଠି ବ୍ରସ୍ କଲି ଏବଂ ସକାଳ ଜଳଖିଆ କଲି । ଏହା
ପରେ କ୍ଲାସ୍ ନ ଯାଇ ଶୋଇଗଲି । ଯେତେ ବେଳେ ମୋ ନିଦ ଭାଙ୍ଗେ ମୁଁ ଦେଖେ ତ 2.10pm । ମୁଁ ହଠାତ୍ ଉଠି ମୁଁହ ଧୁଆଧୋଇ କରି lunch କରିବାକୁ ଗଲି ଦେଖେ ତ
dining hall ଫାଙ୍କା ଏବଂ ମୋର ସାଙ୍ଗ ଆଦିତ୍ୟ କୁ ପଚାରିଲି ଆଜି କଣ ସମସ୍ତେ
ଖାଇସାରିଲେଣି କି , ସେତେବେଳେ ସେ କହିଲା ଯେ ଏବେ ମାତ୍ର 12.30 ହେଲା, ମୁଁ ମୋ ଆଖିକୁ
ବିଶ୍ୱାସ କରିପାରିଲି ନାହିଁ ।
Friday, 19 September 2014
Wednesday, 10 September 2014
DOSAROP ODIA REAL STORY ABOUT MY FRIEND BRAJAMOHAN PATTAYAT
ଦୋଷାରୋପ
ଅଗନା ଅଗନି ବନସ୍ତ,ଘୋର ଅନ୍ଧକାର, ବାଘ ସିଂହ ମାନଙ୍କର ବିକତାଳ ଶବ୍ଦ, ବିହଙ୍ଗ ମାନଙ୍କର କିଚିରି ମିଚିରି ଶବ୍ଦ ସତେ
ଯେପରି ସେ ଚିଡ଼ିଆଖାନା ଭିତରେ ପ୍ରବେଶ କରିଯାଇଛି||ଚାଲୁ ଚାଲୁ ହଠାତ୍ ସେ ଝୁଣ୍ଟି ପଡ଼ିଲେ ଏବଂ କହି ଉଠିଲା ମୋତେ ପଛରୁ
କିଏ ପେଲିଲା?ଯେହେତୁ, ସେ ଏକା ଥିଲେ ତେଣୁ ବାରମ୍ବାର କହିଚାଲିଲେ,ହେ ଭଗବାନ ତମେ ସୂର୍ଯ୍ୟାସ୍ତକୁ କିଛି ସମୟ ରଖିଥିଲେ
ହୋଇନଥାନ୍ତା ! ସେ ନିଜେ ବିଳମ୍ବରେ ଆସୁଛି ବୋଲି ଜଣା ତଥାପି ଭଗବାନଙ୍କୁ ଦୋଷ ଦେବାରେ ହେଳା କରିନି||ଦୋଷ ଦେବା ପ୍ରକୃତରେ ଗୋଟିଏ ମାନବିକ ଅଧିକାର ଏବଂ ପ୍ରକୃତିଗତ|| ସେ ଦୋଷ ଦେବାକୁ ଚାହୁଁନଥିଲେ ମଧ୍ୟ ନିଜର ଅନ୍ୟମନସ୍କତାରେ ଭଗବାନଙ୍କୁ ଦୋଷ ଦେଇଆସୁଛି|| ଏଇଟା ବୋଧେ ସୃଷ୍ଟିର ନିୟମ|| ସତେ ଯେମିତି ଭଗବାନ ଚାତକ ପକ୍ଷୀ ପରି ଅନେଇ
ରହିଛନ୍ତି ସମସ୍ତଙ୍କର ଦୋଷର ଭାରକୁ ମୁଣ୍ଡେଇବା ପାଇଁ|| ତେଣୁ ଅନ୍ୟକୁ ଦୋଷ ଦେବା ଜନ୍ମଗତ ଅଧିକାର||
ମୁଁ ଏବଂ ମୋରୋ ଦୁଇ ସାଙ୍ଗ ବସି ଲ୍ୟାପଟପରେ ମ୍ୟାଚ ଦେଖୁଥାଉ|| ହଠାତ୍ ଗୋଟିଏ ଶବ୍ଦ, ଯେଉଁଟା କି ଗୋଟିଏ ବଲ,
ଲ୍ୟାପଟପ୍ ଓ କବାଟର ସଙ୍ଘର୍ଷରେ ହିଁ ହୋଇଥିଲା ଯାହାର କାରଣ ଥିଲା ମୋର ସାଙ୍ଗ ଯିଏକି ବଲଟିକୁ କବାଟକୁ ଫୋପାଡ଼ି ଥିଲା
ଏବଂ ବଲଟି ଗତିପଥ ପରିବର୍ତ୍ତନ କରି ଅାସି ଲ୍ୟାପଟପରେ ବାଜିଥିଲା ||
ଯେଉଁଥିପାଇଁ ହଠାତ୍ ମୋ ପାଟିରୁ ଜୋରରେ ରାଗିଲା ଭଳିଆ ଶବ୍ଦ ବାହାରିଆସିଲା ଯେ, ତୁ ଧିରକରି ବସିପାରୁନୁ କି?ତାପରେ ସାଙ୍ଗର ମୁହଁରେ ବିଷର୍ଣ୍ଣର ଛାୟା ଖେଳିଗଲା ଏବଂ ମୁହଁରେ କିଛି ସମୟ ହାତ ଦେଇ ବସିରହିଲା ଏବଂ ରୁମ୍ ରୁ ଚାଲିଗଲା||
ସେଇଦିନଟୁ ଆଉ ମୋ ପାଖକୁ ଠିକସେ ଆସୁନାହିଁ କି ମଜାଳିଆ କଥା ବି ନାହିଁ || ସେ ଭାବିବା କଥା ଯେ, ଲ୍ୟାପଟପଟା ମୋତେ
ବଦଳି ଦେଇଛି , କାହିଁକି ନା ମୁଁ ଲ୍ୟାପଟପ୍ କିଣିବା ପାଖରୁ ସାଙ୍ଗମାନେ ମୋତେ କହୁଛନ୍ତି ଯେ ମୁଁ କାଳେ ବଦଳି ଯାଇଛି ||
କିନ୍ତୁ ସେ ସାଙ୍ଗ ସେଇଆ ଭାବିନି || ମୁଁ ଯାହା ଭାବୁଛି ସେନିଜକୁ ଦୋଷାରୋପ କରିଛି ଯେ, ମୁଁ ସିନା ତା ରୁମ୍ କୁ ଗଲାବେଳକୁ
କିଛି ଘଟୁଛି ତେଣୁ ନଯିବାଟା ହିଁ ଭଲ ହେବ
||
ମୁଁ ସିନା ଗଲେ ଘଣ୍ଟେ ବସିବି ଆଉ ତା ସହ ଲାଗିବି କିମ୍ବା ତା ଲ୍ୟାପଟପ ବ୍ୟବହାର କରିବି ||
ତେଣୁ ମୁଳୁ ମାଇଲେ ଯିବ ସରି
ଦେବଙ୍କ ସଙ୍ଗେ କିମ୍ପା କଳି||
ଯେଉଁଥିପାଇଁ କି ସେ ମୋ ରୁମ୍ କୁ ଆସୁନି ଏବଂ ଖାଇବା ପାଇଁ ମଧ୍ୟ ଡାକୁନି....||
ଏବେ ମୁଁ ଦୋଛକିରେ ପଡ଼ିଛି ଯେ ମୁ କାହାକୁ ଦୋଷାରୋପ କରିବି , ନିଜକୁ ନା ଅନ୍ୟ କାହାକୁ.......
ଲ୍ୟାପଟପ୍ କୁ ନା ସମୟକୁ.....................................................
Subscribe to:
Posts (Atom)

















.jpg)

.jpg)
.jpg)
.jpg)
.jpg)
.jpg)
.jpg)
.jpg)
.jpg)