ଦୋଷାରୋପ
ଅଗନା ଅଗନି ବନସ୍ତ,ଘୋର ଅନ୍ଧକାର, ବାଘ ସିଂହ ମାନଙ୍କର ବିକତାଳ ଶବ୍ଦ, ବିହଙ୍ଗ ମାନଙ୍କର କିଚିରି ମିଚିରି ଶବ୍ଦ ସତେ
ଯେପରି ସେ ଚିଡ଼ିଆଖାନା ଭିତରେ ପ୍ରବେଶ କରିଯାଇଛି||ଚାଲୁ ଚାଲୁ ହଠାତ୍ ସେ ଝୁଣ୍ଟି ପଡ଼ିଲେ ଏବଂ କହି ଉଠିଲା ମୋତେ ପଛରୁ
କିଏ ପେଲିଲା?ଯେହେତୁ, ସେ ଏକା ଥିଲେ ତେଣୁ ବାରମ୍ବାର କହିଚାଲିଲେ,ହେ ଭଗବାନ ତମେ ସୂର୍ଯ୍ୟାସ୍ତକୁ କିଛି ସମୟ ରଖିଥିଲେ
ହୋଇନଥାନ୍ତା ! ସେ ନିଜେ ବିଳମ୍ବରେ ଆସୁଛି ବୋଲି ଜଣା ତଥାପି ଭଗବାନଙ୍କୁ ଦୋଷ ଦେବାରେ ହେଳା କରିନି||ଦୋଷ ଦେବା ପ୍ରକୃତରେ ଗୋଟିଏ ମାନବିକ ଅଧିକାର ଏବଂ ପ୍ରକୃତିଗତ|| ସେ ଦୋଷ ଦେବାକୁ ଚାହୁଁନଥିଲେ ମଧ୍ୟ ନିଜର ଅନ୍ୟମନସ୍କତାରେ ଭଗବାନଙ୍କୁ ଦୋଷ ଦେଇଆସୁଛି|| ଏଇଟା ବୋଧେ ସୃଷ୍ଟିର ନିୟମ|| ସତେ ଯେମିତି ଭଗବାନ ଚାତକ ପକ୍ଷୀ ପରି ଅନେଇ
ରହିଛନ୍ତି ସମସ୍ତଙ୍କର ଦୋଷର ଭାରକୁ ମୁଣ୍ଡେଇବା ପାଇଁ|| ତେଣୁ ଅନ୍ୟକୁ ଦୋଷ ଦେବା ଜନ୍ମଗତ ଅଧିକାର||
ସେଦିନ ଥାଏ ୨୦୧୪ ମସିହା ସେପ୍ଟେମ୍ବର ୭ ତାରିଖ || ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଚଲିଥାଏ||
ମୁଁ ଏବଂ ମୋରୋ ଦୁଇ ସାଙ୍ଗ ବସି ଲ୍ୟାପଟପରେ ମ୍ୟାଚ ଦେଖୁଥାଉ|| ହଠାତ୍ ଗୋଟିଏ ଶବ୍ଦ, ଯେଉଁଟା କି ଗୋଟିଏ ବଲ,
ଲ୍ୟାପଟପ୍ ଓ କବାଟର ସଙ୍ଘର୍ଷରେ ହିଁ ହୋଇଥିଲା ଯାହାର କାରଣ ଥିଲା ମୋର ସାଙ୍ଗ ଯିଏକି ବଲଟିକୁ କବାଟକୁ ଫୋପାଡ଼ି ଥିଲା
ଏବଂ ବଲଟି ଗତିପଥ ପରିବର୍ତ୍ତନ କରି ଅାସି ଲ୍ୟାପଟପରେ ବାଜିଥିଲା ||
ଯେଉଁଥିପାଇଁ ହଠାତ୍ ମୋ ପାଟିରୁ ଜୋରରେ ରାଗିଲା ଭଳିଆ ଶବ୍ଦ ବାହାରିଆସିଲା ଯେ, ତୁ ଧିରକରି ବସିପାରୁନୁ କି?ତାପରେ ସାଙ୍ଗର ମୁହଁରେ ବିଷର୍ଣ୍ଣର ଛାୟା ଖେଳିଗଲା ଏବଂ ମୁହଁରେ କିଛି ସମୟ ହାତ ଦେଇ ବସିରହିଲା ଏବଂ ରୁମ୍ ରୁ ଚାଲିଗଲା||
ସେଇଦିନଟୁ ଆଉ ମୋ ପାଖକୁ ଠିକସେ ଆସୁନାହିଁ କି ମଜାଳିଆ କଥା ବି ନାହିଁ || ସେ ଭାବିବା କଥା ଯେ, ଲ୍ୟାପଟପଟା ମୋତେ
ବଦଳି ଦେଇଛି , କାହିଁକି ନା ମୁଁ ଲ୍ୟାପଟପ୍ କିଣିବା ପାଖରୁ ସାଙ୍ଗମାନେ ମୋତେ କହୁଛନ୍ତି ଯେ ମୁଁ କାଳେ ବଦଳି ଯାଇଛି ||
କିନ୍ତୁ ସେ ସାଙ୍ଗ ସେଇଆ ଭାବିନି || ମୁଁ ଯାହା ଭାବୁଛି ସେନିଜକୁ ଦୋଷାରୋପ କରିଛି ଯେ, ମୁଁ ସିନା ତା ରୁମ୍ କୁ ଗଲାବେଳକୁ
କିଛି ଘଟୁଛି ତେଣୁ ନଯିବାଟା ହିଁ ଭଲ ହେବ
||
ମୁଁ ସିନା ଗଲେ ଘଣ୍ଟେ ବସିବି ଆଉ ତା ସହ ଲାଗିବି କିମ୍ବା ତା ଲ୍ୟାପଟପ ବ୍ୟବହାର କରିବି ||
ତେଣୁ ମୁଳୁ ମାଇଲେ ଯିବ ସରି
ଦେବଙ୍କ ସଙ୍ଗେ କିମ୍ପା କଳି||
ଯେଉଁଥିପାଇଁ କି ସେ ମୋ ରୁମ୍ କୁ ଆସୁନି ଏବଂ ଖାଇବା ପାଇଁ ମଧ୍ୟ ଡାକୁନି....||
ଏବେ ମୁଁ ଦୋଛକିରେ ପଡ଼ିଛି ଯେ ମୁ କାହାକୁ ଦୋଷାରୋପ କରିବି , ନିଜକୁ ନା ଅନ୍ୟ କାହାକୁ.......
ଲ୍ୟାପଟପ୍ କୁ ନା ସମୟକୁ.....................................................