We All are Multidimentional Poor, Because no one is perfect in this World.  

 

 

"Count your age by Friends, not years. Count your life by Smiles, not tears."

Wednesday 10 September 2014

DOSAROP ODIA REAL STORY ABOUT MY FRIEND BRAJAMOHAN PATTAYAT

DOSAROP ODIA  REAL STORY ABOUT MY FRIEND BRAJAMOHAN PATTAYAT..........


                                                         ଦୋଷାରୋପ



ଅଗନା ଅଗନି ବନସ୍ତ,ଘୋର ଅନ୍ଧକାର, ବାଘ ସିଂହ ମାନଙ୍କର ବିକତାଳ ଶବ୍ଦ, ବିହଙ୍ଗ ମାନଙ୍କର କିଚିରି ମିଚିରି ଶବ୍ଦ ସତେ 
ଯେପରି ସେ ଚିଡ଼ିଆଖାନା ଭିତରେ ପ୍ରବେଶ କରିଯାଇଛି||ଚାଲୁ ଚାଲୁ ହଠାତ୍ ସେ ଝୁଣ୍ଟି ପଡ଼ିଲେ ଏବଂ କହି ଉଠିଲା ମୋତେ ପଛରୁ
 କିଏ ପେଲିଲା?ଯେହେତୁ, ସେ ଏକା ଥିଲେ ତେଣୁ ବାରମ୍ବାର କହିଚାଲିଲେ,ହେ ଭଗବାନ ତମେ ସୂର୍ଯ୍ୟାସ୍ତକୁ କିଛି ସମୟ ରଖିଥିଲେ 
ହୋଇନଥାନ୍ତା ସେ ନିଜେ ବିଳମ୍ବରେ ଆସୁଛି ବୋଲି ଜଣା ତଥାପି ଭଗବାନଙ୍କୁ ଦୋଷ ଦେବାରେ ହେଳା କରିନି||ଦୋଷ ଦେବା ପ୍ରକୃତରେ ଗୋଟିଏ ମାନବିକ ଅଧିକାର ଏବଂ ପ୍ରକୃତିଗତ|| ସେ ଦୋଷ ଦେବାକୁ ଚାହୁଁନଥିଲେ ମଧ୍ୟ ନିଜର ଅନ୍ୟମନସ୍କତାରେ ଭଗବାନଙ୍କୁ ଦୋଷ ଦେଇଆସୁଛି|| ଏଇଟା ବୋଧେ ସୃଷ୍ଟିର ନିୟମ|| ସତେ ଯେମିତି ଭଗବାନ ଚାତକ ପକ୍ଷୀ ପରି ଅନେଇ 
ରହିଛନ୍ତି ସମସ୍ତଙ୍କର ଦୋଷର ଭାରକୁ ମୁଣ୍ଡେଇବା ପାଇଁ|| ତେଣୁ ଅନ୍ୟକୁ ଦୋଷ ଦେବା ଜନ୍ମଗତ ଅଧିକାର||
             ସେଦିନ ଥାଏ ୨୦୧୪ ମସିହା ସେପ୍ଟେମ୍ବର  ତାରିଖ || ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଚଲିଥାଏ||
ମୁଁ ଏବଂ ମୋରୋ ଦୁଇ ସାଙ୍ଗ ବସି ଲ୍ୟାପଟପରେ ମ୍ୟାଚ ଦେଖୁଥାଉ|| ହଠାତ୍ ଗୋଟିଏ ଶବ୍ଦ, ଯେଉଁଟା କି ଗୋଟିଏ ବଲ,
ଲ୍ୟାପଟପ୍  କବାଟର ସଙ୍ଘର୍ଷରେ ହିଁ ହୋଇଥିଲା ଯାହାର କାରଣ ଥିଲା ମୋର ସାଙ୍ଗ ଯିଏକି ବଲଟିକୁ କବାଟକୁ ଫୋପାଡ଼ି ଥିଲା
ଏବଂ ବଲଟି ଗତିପଥ ପରିବର୍ତ୍ତନ କରି ଅାସି ଲ୍ୟାପଟପରେ ବାଜିଥିଲା || 
 ଯେଉଁଥିପାଇଁ ହଠାତ୍ ମୋ ପାଟିରୁ ଜୋରରେ ରାଗିଲା ଭଳିଆ ଶବ୍ଦ ବାହାରିଆସିଲା ଯେ, ତୁ ଧିରକରି ବସିପାରୁନୁ କି?ତାପରେ ସାଙ୍ଗର ମୁହଁରେ ବିଷର୍ଣ୍ଣର ଛାୟା ଖେଳିଗଲା ଏବଂ ମୁହଁରେ କିଛି ସମୟ ହାତ ଦେଇ ବସିରହିଲା ଏବଂ ରୁମ୍ ରୁ ଚାଲିଗଲା||
ସେଇଦିନଟୁ ଆଉ ମୋ ପାଖକୁ ଠିକସେ ଆସୁନାହିଁ କି ମଜାଳିଆ କଥା ବି ନାହିଁ || ସେ ଭାବିବା କଥା ଯେ, ଲ୍ୟାପଟପଟା ମୋତେ 
ବଦଳି ଦେଇଛି , କାହିଁକି ନା ମୁଁ ଲ୍ୟାପଟପ୍ କିଣିବା ପାଖରୁ ସାଙ୍ଗମାନେ ମୋତେ କହୁଛନ୍ତି ଯେ ମୁଁ କାଳେ ବଦଳି ଯାଇଛି ||
କିନ୍ତୁ ସେ ସାଙ୍ଗ ସେଇଆ ଭାବିନି || ମୁଁ ଯାହା ଭାବୁଛି ସେନିଜକୁ ଦୋଷାରୋପ କରିଛି ଯେ, ମୁଁ ସିନା ତା ରୁମ୍ କୁ ଗଲାବେଳକୁ 
କିଛି ଘଟୁଛି ତେଣୁ ନଯିବାଟା ହିଁ ଭଲ ହେବ  ||

ମୁଁ ସିନା ଗଲେ ଘଣ୍ଟେ ବସିବି ଆଉ ତା ସହ ଲାଗିବି କିମ୍ବା ତା ଲ୍ୟାପଟପ ବ୍ୟବହାର କରିବି || 
                                                                 ତେଣୁ ମୁଳୁ ମାଇଲେ ଯିବ ସରି 
                                                                      ଦେବଙ୍କ ସଙ୍ଗେ କିମ୍ପା କଳି||
ଯେଉଁଥିପାଇଁ କି ସେ ମୋ ରୁମ୍ କୁ ଆସୁନି ଏବଂ ଖାଇବା ପାଇଁ ମଧ୍ୟ ଡାକୁନି....||

ଏବେ ମୁଁ ଦୋଛକିରେ ପଡ଼ିଛି ଯେ ମୁ କାହାକୁ ଦୋଷାରୋପ କରିବି , ନିଜକୁ ନା ଅନ୍ୟ କାହାକୁ.......

ଲ୍ୟାପଟପ୍ କୁ ନା ସମୟକୁ.....................................................

No comments:

Post a Comment